ମାଲକାନାଗିରି: ମାଲକାନାଗିରି ଜିଳ୍ଳାରେ ଚାଲିଛି ଅପରେସନ ଗ୍ରୀନ କ୍ଲିନ । ବଣ୍ଡାଘାଟିରେ ନଷ୍ଟ କରାଯାଇଛି ପାଖାପାଖି ୪୦ କୋଟି ଟଙ୍କାର ଜିନିଷ । ବଣ୍ଡାଘାଟିରୁ ଏଭଳି ଏକ ଘଟଣା ସାମନାକୁ ଆସିଛି ।
ମାଲକାନାଗିରି ବଣ୍ଡାଘାଟିର ବଡଡୁରାଲି ଅଞ୍ଚଳରେ ନଷ୍ଟ କରାଯାଇଛି ବିପୁଳ ପରିମାଣର ଗଞ୍ଜେଇ ଗଛ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କାରୁ ଅଧିନ ହୋଇପାରେ । ଏହି ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ ଥିବା ଖବର ପାଇ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ତହସିଲଦାର ରାମକୃଷ୍ଣ ନାୟକଙ୍କ ନେତୃତ୍ୱରେ ମୁଦୁଲିପଡା ପୋଲିସ ୪୬ ଏକର ଫରେଷ୍ଟ ଲ୍ୟାଣ୍ଡରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇଛି । ଲଗାଯାଇଥିବା ମୋଟ ୬୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳ ହୋଇଛି ପୋଲିସ ।
ତେବେ ନଷ୍ଟ କରାଯାଇଥିବା ଗଞ୍ଜେଇ ଗୁଡିକର ବଜାର ମୂଲ୍ୟ ପ୍ରାୟ ୪୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପୁର୍ବରୁ ଏହି ଅଞ୍ଚଳରେ ମାଓବାଦୀ ସକ୍ରିୟ ରହି ଥିବାରୁ ପୋଲିସ ଏହି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସାହସ କରି ପାରୁ ନଥିଲା। କିନ୍ତୁ ବଣ୍ଡାଘାଟିରେ ଦୁଇଟି ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବା ପରେ ପୋଲିସକୁ ଏହି ସଫଳତା ମିଳିଛି ।