ନୂଆ ଆର୍ଥିକ ବର୍ଷରେ ବ୍ୟବସାୟୀଙ୍କ ପାଇଁ ଖୁସିଖବର, କମିଲା କମର୍ସିଆଲ ସିଲିଣ୍ଡର ଦର

0

ନୂଆଦୀଲ୍ଲି: ଆରମ୍ଭ ହୋଲା ନୂଆ ଆର୍ଥିକ ବର୍ଷ, ଲାଗୁ ହେବ ନୁଆ ନିୟମ । ଏହି ଆର୍ଥିକ ବର୍ଷ ବ୍ୟବସାୟୀଙ୍କ ପାଇଁ ଆଣିଛି ଖୁସିଖବର । କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର କମିଛି । ୯୧ ଟଙ୍କା ୫୦ ପଇସା ଦର କମିଥିବା ସୂଚନା ରହିଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି, ଏଟିଏଫ୍, କିରୋସିନ ତେଲ ଇତ୍ୟାଦି ମୂଲ୍ୟ ସମୀକ୍ଷା କରନ୍ତି ଏବଂ ସେଥିରେ ପରିବର୍ତ୍ତନ କରିଥାନ୍ତି। ପେଟ୍ରୋଲିୟମ କମ୍ପାନୀଗୁଡିକ ଆଜି ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛି। ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୯୨ ଟଙ୍କା ପର୍ୟ୍ୟନ୍ତ ହ୍ରାସ କରାଯାଇଛି। ବର୍ତ୍ତମାନ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା, ଚନ୍ନାଇରେ ୨ହଜାର ୧୯୨ ଟଙ୍କା ରହିଛି । ଗ୍ୟାସ ଦାମ୍ ବଢିଲେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି, ତେଣୁ ଏଥିରୁ ବର୍ତ୍ତମାନ ବର୍ତ୍ତିବେ ସାଧାରଣ ଲୋକେ । ସେପଟେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ସେମାନେ ପୂର୍ବ ଭଳି ସମାନ ମୂଲ୍ୟ ଦେବେ।