ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର, ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା-: ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା ୧୮ ତାରିଖରୁ ଏହି ଅଭୟାରଣ୍ୟ ଖୋଲିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପରେ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।