ଇପିଏଫଓ ପେନସନଧାରୀଙ୍କ ଲାଗି ଖୁସି ଖବର

୭୩ ଲକ୍ଷ ଖାତାଧାରୀଙ୍କୁ ମିଳିବ ଏକାକାଳୀନ ପେନସନ

ନୂଆଦିଲ୍ଲୀ: ଇପିଏଫଓ ପେନସନଧାରୀଙ୍କ ଲାଗି ଖୁସି ଖବର । ୭୩ ଲକ୍ଷ ଖାତାଧାରୀଙ୍କୁ ଇପିଏଫଓ ଏକକାଳୀନ ପେନସନ ପ୍ରଦାନ ଉପରେ ବିଚାର କରୁଥିବା ଜଣାପଡିଛି । ସେଥିପାଇଁ କେନ୍ଦ୍ରୀୟ ବଣ୍ଟନ ବ୍ୟବସ୍ଥା ସ୍ଥାପନ କରିବାର ପ୍ରସ୍ତାବ ରହିଛି । ଜୁଲାଇ ୨୯ ଓ ୩୦ରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ମଞ୍ଜୁରୀ ପ୍ରଦାନ କରିବ । ସମସ୍ତ ପେନସନଧାରୀ ଏକକାଳୀନ ପେନସନ ପାଇବେ । ଇପିଏଫଓର ବିଭିନ୍ନ ସ୍ଥାନରେ ଥିବା ୧୩୮ରୁ ଅଧିକ ଆଞ୍ଚଳିକ କାର୍ଯ୍ୟାଳୟ ପେନସନ ପ୍ରଦାନ କରୁଛନ୍ତି । ତେଣୁ ପେନସନଧାରୀଙ୍କୁ ଭିନ୍ନ ଭିନ୍ନ ସମୟରେ ଟଙ୍କା ମିଳୁଛି । ନୂତନ ବ୍ୟବସ୍ଥାରେ ଦେଶରେ ଥିବା ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ ଡାଟା ଗୋଟିଏ ଡାଟା ବେସରେ ପଇଠ କରାଯିବ । ସି-ଡାକ ସହଯୋଗରେ ଏଥିପାଇଁ ଆଇଟି ବ୍ୟବସ୍ଥା ବିକଶିତ କରାଯାଉଛି । ପେନ୍‌ସନ୍ ଖାତାକୁ ୬ ମାସରୁ କମ୍ ସମୟର ଅବଦାନ ପ୍ରଦାନ କରିଛନ୍ତି ସେମାନେ ଯେଭଳି ନିଜ ଖାତାରେ ଥିବା ଟଙ୍କା ଉଠାଇପାରିବେ ସେଥିପାଇଁ ବ୍ୟବସ୍ଥା କରିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଉଛି। ଏବେ କେବଳ ସେହି ସଦସ୍ୟମାନେ ପେନ୍‌ସନ୍ ଖାତାରୁ ଟଙ୍କା ଉଠାଇପାରୁଛନ୍ତି ଯେଉଁମାନେ ୬ ମାସରୁ ୧୦ ବର୍ଷ ପର୍ୟ୍ୟନ୍ତ ଅବଦାନ ଦେଇପାରୁଛନ୍ତି।