ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର: ଏପ୍ରିଲ ୧୪ରୁ ପ୍ରି- ରେଜିଷ୍ଟ୍ରେସନ ଆରମ୍ଭ

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟେସନ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଯାହା ଅଗଷ୍ଟ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ପ୍ରି ରେଜିଷ୍ଟ୍ରେଅ ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହେବ ।

ବାବା ଅମରନାଥ ମନ୍ଦିର ଦକ୍ଷିଣ କାଶ୍ମୀରରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ। ପଞ୍ଜିକରଣ ପାଇଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକର ଅଧିକୃତ ଶାଖା ଏବଂ ସ୍ୱାସ୍ଥ୍ୟ ପ୍ରମାଣପତ୍ର ତିଆରି ପାଇଁ ରାଜ୍ୟ ଏବଂ ସେମାନଙ୍କର ହସ୍ପିଟାଲ ଏବଂ ଡାକ୍ତରଙ୍କ ଦଳ ବିଷୟରେ ସୂଚନା ଖୁବ୍ ଶୀଘ୍ର ଦିଆଯିବ।ବାବା ଅମରନାଥ ଯାତ୍ରା ୩୮ ଦିନ ଯାଏଁ ଚାଲିବ ।

ଶ୍ରୀ ଅମରନାଥ ଜୀ ଶ୍ରୀଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଏବଂ ନିୟମଗୁଡିକୁ ପ୍ରସ୍ତୁତି କରିବାର ଶେଷ ପର୍ଯ୍ୟାୟରେ ରହିଛି । ଶ୍ରୀଇନ ବୋର୍ଡ ପକ୍ଷରୁ କୁହାଯାଇଛି କି, ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀ ୧୪ ଏପ୍ରିଲରୁ ପ୍ରି ରେଜିଷ୍ଟ୍ରେସନ କରିପାରିବେ ।


ଯେଉଁମାନେ ଗ୍ରୁପରେ ବାବା ଅମରନାଥଙ୍କ ଯାତ୍ରା କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଅଲଗା ଅଲଗା ନିୟମ ଜାରି କରାଯିବ । ହେଲିକପ୍ଟରରେ ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ବୁକିଂ ପରେ ହେବ ।ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।


ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା ।

ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ ।