ଭୁବନେଶ୍ୱର : ଆଜିକା ଦିନରେ ବାହାଘର ହେଉ କି ବ୍ରତ ଘର, ଜନ୍ମ ଦିନ ହେଉ ବିବାହ ବାର୍ଷିକୀ | ସବୁଥିରେ ସୁନା ଜିନିଷ ଗିଫ୍ଟ ଦେବାକୁ ସମସ୍ତେ ପସନ୍ଦ କରିଥାନ୍ତି | କିନ୍ତୁ ବଢୁଥିବା ଚାହିଦା ସାଙ୍ଗକୁ ସୁନା ଦର ବୃଦ୍ଧି ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ତେବେ ବର୍ତମାନ କଣ ରହିଛି ସୁନା ଦାମ ଠାରେ ନଜର ପକାନ୍ତୁ …
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୧୮୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୫ ହଜାର ୨୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧,୧୮୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୨୦୦ ଟଙ୍କା ଓ ୭୧,୧୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୫,୮୪୦ ଟଙ୍କା ଓ ୭୧,୮୧୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୨୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨ ,୩୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୫,୨୦୦ ଟଙ୍କା ଓ ୭୧,୧୮୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୯୧,୮ ୦୦ ଟଙ୍କା ହୋଇଛି ।