(ଭୁବନେଶ୍ୱର) : ସମୟ କ୍ରମେ ଦିନକୁ ଦିନକୁ ଅହେତୁକ ଭାବେ ବୃଦ୍ଧି ପାଉଛି ସୁନା ଦର । ଯାହାକୁ ନେଇ ବେଶ ଚିନ୍ତାରେ ଗ୍ରାହକ । ତେବେ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୭୦୦ ଟଙ୍କା ରହିଛି ।
ଅନ୍ୟପଟେ କଟକରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୫୭୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୪,୫୬୦ ଟଙ୍କା ରହିଛି।
ଆଜିକାଲି ବହୁତ ବେପାରୀ ୧୮ କ୍ୟାରେଟ୍ କୁ ୨୨ କହି ବିକ୍ରି କରିଦେଉଥିବାରୁ । ଫଳରେ ଗ୍ରାହକ ଠକେଇର ଶିକାର ହେଉଛନ୍ତି । ତେବେ ସୁନା ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।