ନୂଆଦିଲ୍ଲୀ: ଆଜି ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ସୁନାଦୋକାନରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୨୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୬୦,୧୧୭ ଟଙ୍କାକୁ ଖସି ଆସିଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୪୫,୦୮୮ଟଙ୍କା ରହିଛି । ଓଡ଼ିଶାରରେ ୨୨ କ୍ୟାରେଟ ଓ ୨୪କ୍ୟାରେଟ୍ ସୁନା ମୂଲ୍ୟ ୧୦ଗ୍ରାମ ପ୍ରତି ୫୬,୫୦୦ଟଙ୍କା ଓ ୬୧,୬୪୦ଟଙ୍କା ରହିଛି । ଅପରପକ୍ଷେ, ରୁପା ମୂଲ୍ୟରେ ସାମାନ୍ୟ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି । ୧୦୯ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୭୦,୧୦୦ଟଙ୍କା ରହିଛି । ଏହା ପୂର୍ବରୁ ୭୦,୨୦୯ ଟଙ୍କା ଥିଲା । ତେବେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୦ ତାରିଖ ଦିନ ଧନତେରାସ୍ ହୋଇଥିବାରୁ ସୁନା ଓ ରୁପା ଦରରେ କିଛିଟା ହ୍ରାସ ଲୋକମାନଙ୍କୁ ଆଶ୍ୱସ୍ତି ଆଣିଦେବ ।