ଭୁବନେଶ୍ୱର: ମମିତା ମାମଲାରେ ପ୍ରମାଣ ଲୁଚାଇବା ପାଇଁ ତାର ମୃତଦେହକୁ ପ୍ରଥମେ ଗାଏବ କରି ଦିଆଯାଇଥିଲା | ମନ୍ତ୍ରୀ ଏବଂ ନେତାମାନେ କୁକର୍ମ କରିବେ |ତାପରେ ରାଜ୍ୟ ସରକାର ସେଥିରୁ ସାକ୍ଷୀ ସଫା କରିବେ | ରାଜ୍ୟବାସୀ ଶାନ୍ତିରେ ବିଶ୍ଵାସ କରନ୍ତି ହିଂସାକୁ ଘୃଣା କରନ୍ତି | ହେଲେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ପୁରପଳ୍ଳୀରେ ଭୟ ବ୍ୟାପିଛି | ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ ହେଉଛି ଆଇନଶୃଖଂଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ସେ କଥା ଜାଣିବା ଦରକାର | ହେଲେ ଏମିତି ଘଟଣା ଘଟାଇ ରାଜ୍ୟବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନୁହେଁ| ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଥିଲା |ହେଲେ ଧର୍ମ ଓ ନ୍ୟାୟକୁ ଆଖି ଠାର ମାରି ନିଜର ସମସ୍ତ କ୍ଷମତା ଖଟାଇ ତାଙ୍କୁ ବଞ୍ଚାଇଲେ | ପ୍ରଥମେ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ପ୍ରଚେଷ୍ଟା କଲେ | ଗୋବିନ୍ଦ ସାହୁ ଜାଣିଥିଲା ଆଇନ ତାଙ୍କର କିଛି କରିବନି ସେ କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କଲା ବିଜେପି ଜେଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜେଲକୁ ଯାଇଥିଲେ ଗୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ | ଗୋବିନ୍ଦଙ୍କ କକା ଶଶୁର କହିଛନ୍ତି ଦୁଇ ଜଣ ମନ୍ତ୍ରୀ ଗୋବିନ୍ଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କୁ ଜେଲରୁ ବାହାରାକୁ ଆଣିବା ପାଇଁ ତା ସାତ୍ତ୍ଵେ ବି କାହିଁକି ସେ ଆତ୍ମହତ୍ୟା କଲେ| ତାଙ୍କ ପତ୍ନୀ ଏବେ ହତ୍ୟା ଅଭିଯୋଗ ଆଣୁଛନ୍ତି| ରାଜ୍ୟ ସରକାରଙ୍କ ସାକ୍ଷୀ ସଫା ଅଭିଯାନର ଆଉ ଏକ ଫର୍ଦ୍ଦ ହେଲା ମାହାଂଗା ଡବଲ ମର୍ଡ଼ର ଘଟଣା| ସମାନ ଢଙ୍ଗରେ ଫେରାର ଆସାମୀଙ୍କୁ ଟ୍ରକ ଚଢାଇ ହତ୍ୟା ହେଲା ହେଲେ ତାକୁ ସରକାର ଆଉ ପୋଲିସ ଦୁର୍ଘଟଣା ବୋଲି କହିଲେ| ଠିକ୍ ସେମିତି ଗୋପ ଜିଲ୍ଳା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୃତ୍ୟୁ ରହସ୍ୟ ଚାପି ଦିଆଗଲା ପ୍ରମାଣ ନଷ୍ଟ କରାଗଲା| ବେବିନା ଠାରୁ ଆରମ୍ଭ ହୋଇ ପରୀ ପର୍ୟ୍ୟନ୍ତ ତଦନ୍ତ ଶୀତଳ ଭଣ୍ଡାରରେ ପଡ଼ିଛି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଉ ଜଣାତରେ ଏ ସାକ୍ଷୀସଫା ଅଭିଯାନ ଚାଲିଛି |