ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି

ଭୁବନେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଯୁର୍ଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣା ସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି। ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି। ପୋଷକରୁ ମିଳିଥିବା ଲଫାପା ପୋଲିସ ପାଖରେ ଅଛି। ଗୋବିନ୍ଦଙ୍କ ହାତଲେଖା ଚିଠି କୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟ ରେ ଆଶ୍ରୟ ନେଇ ପାରିବେ। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି। ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି। ବିରୋଧୀ ଯେଉଁ 120 B ଷଡ଼ଯନ୍ତ୍ର କଥା କହୁଛନ୍ତି ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ସେ ଦିଗ ବି ତଦନ୍ତ ହେବ।