ନୂଆଦିଲ୍ଲୀ: ଗୋଆ ଅଗ୍ନୀକାଣ୍ଡର ଦୀର୍ଘ ୧୦ ଦିନ ପରେ ଆଜି ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି ପଳାତକ ଲୁଥ୍ରା ଭ୍ରାତା । ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଘଟଣା ଘଟିବାର ୧୦ ଦିନ ପରେ ଭାରତ ଫେରିଛନ୍ତି । ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଉଭୟଙ୍କୁ ଗୋଆ ନିଆଯିବ।

ସୂଚନା ମୂତାବକ, ଗତ ୬ ତାରିଖରେ କ୍ଲବରେ ବାଣ ଫୁଟାଇବା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୫ ଜଣ ପ୍ରାଣ ହରାଇଥିଲେ । ଘଟଣାର କିଛି ଘଣ୍ଟା ପରେ ଦୁଇ ଭାଇ ଥାଇଲ୍ୟାଣ୍ଡର ଫୁକେଟକୁ ପଳାଇ ଯାଇଥିଲେ। ଭାରତ ସରକାର ସେମାନଙ୍କ ପାସପୋର୍ଟ ରଦ୍ଦ କରିଦେବା ପରେ ଥାଇଲ୍ୟାଣ୍ଡ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । କ୍ଲବଟି ବିନା ଲାଇସେନ୍ସରେ ଚାଲୁଥିଲା । ନିଆଁ ଲିଭାଇବା ପାଇଁ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ତଦନ୍ତରୁ ଜଣାପଡ଼ିଛି । ଗୋଆ ପୋଲିସର ଅନୁରୋଧ ରକ୍ଷା କରି ବୈଦେଶିକ ମନ୍ତ୍ରୀ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟକୁ ରବ୍ଦ କରିଥିଲ । ତେଣୁ ଉଭୟେ ଥାଇଲାଣ୍ଡର ଫୁକେଟ ସହରରୁ ବାହାରକୁ ଯାଇପାରିନଥିଲେ । ସେଠାରେ ତାଙ୍କୁ ଥାଇ ପୋଲିସ ଅଟକ ରଖିଥିଲା। ଗୋଆ ପୋଲିସ କହିଥିଲା ଯେ, ଘଟଣା ପରେ ସୌରଭ ଏବଂ ଗୌରବ ଅତି ଚାଲାକ ହୋଇ ଦେଶ ଛାଡି ପଳାଇଥିଲେ । ପରେ ତାଙ୍କ ପାସପୋର୍ଟକୁ ସସପେଣ୍ଡ୍ କରାଯାଇଥିଲା । ଇଣ୍ଟରପୋଲ୍ ଏବଂ କୁଟନୈତିକ ମାଧ୍ୟମରେ ସେମାନଙ୍କୁ ଭାରତ ପ୍ରତ୍ୟାର୍ପଣ ସହଜ ହୋଇଥିଲା।