ଜିଏମ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା: ଶିକ୍ଷା ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ଗିରଫ

ସମ୍ବଲପୁର: ଗୋଟେ ପଟେ ବାଲେଶ୍ଵର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ସେପଟେ ଆଉ ଏକ ବିଶ୍ଵବିଦ୍ୟାଳୟରୁ ସାମ୍ନାକୁ ଆସିଛି ଛାତ୍ରୀ ନିର୍ଯ୍ୟାତନା । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଖବର ସାମ୍ନାକୁ ଆସିଛି । ଘଟଣାରେ କଲେଜର ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଏଫ୍ଏମ୍ କଲେଜ ପରି ଜିଏମ୍ କଲେଜର ମଧ୍ୟ ଏଜୁକେଶନ ବିଭାଗର ଜଣେ ଅଧ୍ୟାପକ ଗିରଫ ହୋଇଛନ୍ତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଧ୍ୟାପକଙ୍କୁ ଗିରଫ କଲା ମହିଳା ଥାନା । ତେବେ ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷରେ ପଢ଼ୁଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ବିବାହ ପାଇଁ ମନା କରିବାରୁ ଛାତ୍ରୀ ଜଣକ ୪ମାସ ତଳେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ ଆଧାରରେ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାକୁ ମହିଳା ଥାନା ପୋଲିସ ଗିରଫ କରିଛନ୍ତି । ଗିରଫ ପରେ ଗୋପୀକାନ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।