ଭୁବନେଶ୍ୱର : ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ , ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ । ଆମର ଏକ ବହୁତ effective disaster management policy ଅଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ, ଜୀବନ ଅମୁଲ୍ୟ , ନିରାପଦ ରୁହନ୍ତୁ । ବାତ୍ୟା ମୁକାବିଲା ରେ ପ୍ରଶାସନ କୁ ପୁରା ସହଯୋଗ ଦିଅନ୍ତୁ ।
ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ । ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା । ଜୟ ଜଗନ୍ନାଥ….