ରାଇରଙ୍ଗପୁର/ସତ୍ୟନାରାୟଣ ପଲ : ମୟୁରଭଞ୍ଜ ଜିଲ୍ଲାର ତିରୀଙ୍ଗ ଥାନା ଅନ୍ତର୍ଗତ ଦେଓଗାମ ଗାଁର ଜଣେ ଯୁବତୀଙ୍କ ମୃତ ଦେହ ଠାବ । ତେବେ ଦୁଷ୍କର୍ମ ପରେ ହତ୍ୟା କରିଥିବାର ସନ୍ଦେହ କରୁଛି ପୋଲିସ। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ତୀରୀଙ୍ଗ ଥାନା ଅନ୍ତର୍ଗତ ଦେଓଗାମ ଗ୍ରାମର ଗଙ୍ଗାଧର ବାଇପାଇଙ୍କର ଶାଳୀ ତୁଳସୀ ସାମାଦ ଭିଣେଇ କର ଗାଁରେ ପନିପରିବା ବିକ୍ରୀ କରି ଚଳୁ ଥିଲା। ସବୁଦିନ ପରି ଗତକାଲି ମଧ୍ୟ ଭିଣେଇଙ୍କର ପରିବାର ଲୋକଙ୍କ ସହ ବ୍ୟବସାୟ କରିବା ପାଇଁ ଯାଇଥିଲେ। ମାତ୍ର ତୁଳସୀ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ଜିରାଇ ଗ୍ରାମ ନିକଟସ୍ଥ ବାରୁଡୁଙ୍ଗୁରି ପଡିଆରେ ତୁଳସୀ କର ମୃତ ଦେହ ପଡିଥିବାର ଇସ୍ଥାନିୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ତିରିଙ୍ଗ୍ ଥାନାରେ ଖବର ଦେଇଥିଲେ। ଖବର ପାଇ ତିରୀଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ତୁଳସୀ ସାମାଦ ବୋଲି ଚିହ୍ନଟ କରିଥିଲା। ପୋଲିସ ପ୍ରାଥମିକ ତଦନ୍ତ ରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରିଥିବା ବେଳେ ବାରିପଦାରୁ ଆସିଥିବା ସାଇଟିଫିକ ଟିମ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।