ଜଟଣୀ ନାଗରିକ କମିଟି ପକ୍ଷରୁ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା

ଜଟଣୀ : ଜଟଣୀ ନାଗରିକ କମିଟି ପକ୍ଷରୁ ଶ୍ରୀବତ୍ସ ପାଠାଗାର ପରିସରରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଅଟି ଅନ୍ତଃମହାବିଦ୍ୟାଳୟ ଓ ବିଦ୍ୟାଳୟର ପ୍ରାୟ ୩୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରପତି ଭାବେ ଅଧ୍ୟାପକ , ଅଧ୍ୟାପିକା, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ ତମ ଜନ୍ମ ଦିବସକୁ ଦୃଷ୍ଟିରେରଖି ଏଭଳି ଏକ ପଦକ୍ଷେପ ନିଆଯିବା ସହ ଏହି  ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୧୦ତାରିଖ ଦିନ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଜଟଣୀ ନାଗରିକ କମିଟି ସଦସ୍ୟ । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ। କିନ୍ତୁ ବିଦେଶରେ ନିଜ କର୍ମ କ୍ଷେତ୍ରରେ ଥିବା ଯୋଗୁ ଭିଡିଓ କଲ୍ ମଧ୍ୟମରେ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ କ୍ୟାପଟେନ ମନ୍ମଥ ରାଉତରାୟ।