ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗୋପ ବଜାରରେ ଭୟାନକ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ୩ ଟି ଦୋକାନରେ ନିଆଁ । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦେକାନୀ ।
ସୂଚନା ଅନୁଯାୟୀ ପୁରୀ ଗୋପ ବ୍ଳକର ଗୋପ ବଜାରରେ ଗୋଟିଏ ଜଳଖିଆ ଦୋକାନର ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ପାଖରେ ଥିବା ୩ଟି ଦୋକାନ ଜଳି ଭଷ୍ମୀଭୂତ ହୋଇଯାଇଥିଲା । ତେବେ ଖବର ପାଇ ଗୋପ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେତେବେଳକୁ ତିନୋଟି ଦୋକାନ ପୋଡି ନଷ୍ଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କୌଣସି ଲୋକ ଆହତ ହୋଇନଥିବା ସୂଚନା ମିଳିଛି । ସମସ୍ତ ଦେକାଦୀ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।