୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଜଳେଶ୍ୱର/ ଅଜିତ ସାହୁ: ପୁଣି ଏସ୍ଟିଏଫ କୁ ବଡ଼ ସଫଳତା।ବାଲେଶ୍ବର ଜିଲ୍ଲା ବସ୍ତା ଥାନା, ୬୦ ନମ୍ବର ଜାତୀୟ ରାଜପଥ ର ନଳବାହାର ଛକ ନିକଟରେ ,ଏକ ଗଞ୍ଜେଇ ବୋଝେଇ ଟ୍ରକ ଉପରେ ମନୋଜ ନାୟକଙ୍କ ନେତୃତ୍ୱରେ ଏସ୍ଟିଏଫ ଚଢ଼ାଉ କରିଥିଲା। ଟ୍ରକଟି ଗଞ୍ଜାମ ରୁ ପଶ୍ଚିମବଙ୍ଗ ଗଞ୍ଜେଇ ନେଇ ଯାଉଥିବା , ଏସ୍ଟିଏଫ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ମାଜିଷ୍ଟ୍ରେଟ ଭାବେ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ , ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ବସ୍ତା ଆଇଆଇସି ସୁବ୍ରତ ବେହେରା ଉପସ୍ଥିତ ରହି ଜବତ ଗଞ୍ଜେଇ କୁ ଓଜନ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି। ଜବତ ଗଞ୍ଜେଇ ର ପରିମାଣ ଆନୁମାନିକ ୧୦ କୁଇଣ୍ଟାଲ ହେବ। ଘଟଣାରେ ଟ୍ରକକୁ ଜବତ କରିବା ସହିତ ଜଣକୁ ଗିରଫ କରିଛି ଏସ୍ଟିଏଫ।