କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ।ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବା ବେଳେ ତଦନ୍ତ ଜାରି ରହିଛି ।ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ଲଡୁ ଗାଁ ଭାୟା ବିଶାଖାପାଟଣା ଓଡ଼ି ୦୮ ଆର ୧୯୫୨ ନମ୍ବର ଓଏସଆରଟିସି ବସ ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ।ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟି ଛକରେ ବସ କୁ ଯାଞ୍ଚ କରିଥିବା ବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତାଙ୍କୁ କାବୁ କରାଯାଇଛି।ପ୍ରାଥମିକ ସୂଚନା ରୁ ଯୁବକ ଦୁହେଁ ବାହାର ରାଜ୍ୟର ହୋଇଥିବା ବେଳେ ହାରାହାରି ୧୦ ରୁ ୧୫ କେଜି ଗଞ୍ଜେଇ ହେବ ବୋଲି ଜଣାପଡିଛି।ଆଗକୁ ତଦନ୍ତ ଚାଲିଛି ବୋଲି ଜୟପାଟଣା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି।