୪୫୨ କେଜି ଗଞ୍ଜେଇ ଜବତ

ଗଜପତି(ରିପୋର୍ଟର୍ସ ଟୁଡେ): ପୁଣି ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ତେବେ ଏଥର ଗଜପତି ଜିଳ୍ଲାରୁ ଏସବୁ ଗଞ୍ଜେଇ ପୋଲିସ ଜବତ କରିଛି । କନ୍ଧମୌଣି ଛକ ନିକଟରେ ମୋହନା ଥାନା ପୋଲିସ ଏକ ପିକ୍ଅପ ଭ୍ୟାନକୁ ଜବତ କରିଛି । ଏଥିସହ ମୋଟ ସାଢେ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଚି ସ୍ଥାନୀୟ ପୋଲିସ । ତେବେ ଏହା ଭିତରେ ଚମ୍ପଟ ମାରିଥିଲା ଘଟରାରେ ସମ୍ପୃକ୍ତ ଅଭିଯୁକ୍ତ ।
କନ୍ଧମୌଣି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ପି୍୍ରଅପ ଭ୍ୟାନ ଚେକିଂ ସମୟରେ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା । ଏଥିରୁ ସନ୍ଦେହ ବଢିବାରୁ ଗାଡିକୁ ଯାଞ୍ଚ କରିଥିଲା ପୋଲିସ । ତେବେ ଯାଞ୍ଚ ବେଳେ ଗାଡିରୁ ୧୫ ବସ୍ତା ଗଞେକଜଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଜବତ ହୋଇଥିବା ପ୍ରାୟ ସାଢେ ଚାରି କ୍ୱିଣ୍ଟାଲରୁ ଅଧିକ ଏବଂ ଓଜନ ପ୍ରାୟ ୪୦ ଲକ୍ଷରୁ ବେଶୀ ହେବ ବୋଲି ଅନୁମାନ କରାଯାଉଛି । ମୋହନା ଅଞ୍ଚଳରୁ ବାହାରକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ । ତେେଫେରାର ହୋଇଯାଇଥିବା ଡ୍ରାଇଭରକୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।