(ଅନୁଗୁଳ ସୁଧାକର ସାହୁ ):-ଅନୁଗୁଳ ଜିଲ୍ଲା ଦନ୍ତା ହାତୀ ଆକ୍ରମଣରେ ଖିଣ୍ଡା ପଞ୍ଚାୟତ ମହିଧର ପଡ଼ା ଗ୍ରାମର ବୃଦ୍ଧ ଗଣେଶ୍ୱର ବେହେରା ମୃତ । ଅନୁଗୋଳରେ ପୁଣି ହାତୀ ଆତଙ୍କ, । ନେଲା ଆଉ ଏକ ମୁଣ୍ଡ । ହଁ ଦର୍ଶକ ବନ୍ଧୁ ହାତୀ ପୁଣି ଏକ ମୁଣ୍ଡ ଗଡାଇଛି । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ହାତୀ ଜୀବନ ନେବାରେ ଲାଗିଛି । ଏପଟେ ବନ ବିଭାଗ ଚୁପ ବସିରହିଛି, ଦିନ ଯେତିକି ଯାଉଛି ହାତୀ ସେତିକି ଜୀବନ ନେଇଚାଲିଛି । ଆଜି ଅପରାହ୍ନରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ବନ୍ତଳା ରେଞ୍ଜର ଖିଣ୍ଡା ପଞ୍ଚାୟତ ମହିଧରପଡ଼ା ଗ୍ରାମର ବୃଦ୍ଧ ଗଣେଶ୍ୱର ବେହେରା ଘର ପଛପଟୁକୁ ଯାଇଥିବା ବେଳେ ହାତୀ କଚାଡି ମାରି ଦେଇଥିବା ବେଳେ ଘଟଣା ସ୍ଥଳରେ ଗଣେଶ୍ୱର ବେହେରା ଙ୍କ ମୃତ୍ୟୁ ହୋଇଛି ,ଖବର ଲେଖା ହେବା ସୁଦ୍ଧା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା ରହିଛି।