(ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ): ବଲିଉଡ଼ରେ ଗାନ୍ଧୀଙ୍କୁ ନେଇ ଅନେକ ଚିଳଚ୍ଚିତ୍ର ନିର୍ମାଣ ହୋଇଛି । ଆଜି ଆସନ୍ତୁ ଜାଣିବା ସେହି ଫିଲ୍ମଗୁଡ଼ିକ ସମ୍ପର୍କରେ ।
ପ୍ରଥମେ ମହାତ୍ମା ଗାନ୍ଧିଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ଡ୍ରାମା ‘ଗାନ୍ଧି’ ତିଆରି ହୋଇଥିଲା। ଏହି ଫିଲ୍ମରେ ରିଚାର୍ଡ ଏଟନ୍ବୋରା ନିର୍ଦ୍ଦେଶନା ଦେଇଥିଲେ ଏବଂ ‘ଗାନ୍ଧି’ ଫିଲ୍ମକୁ ଓସ୍କାର ଆୱାର୍ଡ ବି ମିଳିଥିଲା।
‘ମେକିଙ୍ଗ୍ ଅଫ୍ ଦି ମହାତ୍ମା’ ଫିଲ୍ମ ଗାନ୍ଧିଙ୍କ ଜୀବନୀକୁ ନେଇ ତିଆରି ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟତଃ ଗାନ୍ଧିଜୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀ କିପରି ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସ୍ୱର ଉତ୍ତୋଲନ କରିଥିଲେ, ତାହା ହିଁ ପ୍ରଦର୍ଶିତ ହୋଇଥିଲା।
ବାବା ସାହେବ ଆମ୍ୱେଦକର’ ଫିଲ୍ମଟି ମୁଖ୍ୟତଃ ସମ୍ବିଧାନ ପ୍ରଣେତା ଆମ୍ୱେଦକରଙ୍କ ଜୀବନୀକୁ ନେଇ ତିଆରି ହୋଇଥିଲେ ହେଁ ଏଥିରେ ଗାନ୍ଧିଜୀ ଓ ଆମ୍ୱେଦକରଙ୍କ ସମ୍ପର୍କକୁ ପରଦାରେ ଦେଖା ଯାଇଥିଲା।
‘ମୈନେ ଗାନ୍ଧି କୋ ନହିଁ ମାରା’ରେ ଜଣାଶୁଣା ଅଭିନେତା ଅନୁପମ ଖେର୍ଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଜହ୍ନୁ ବରୁଆ ନିର୍ଦ୍ଦେଶନା ଦେଇଥିଲେ।
ଗାନ୍ଧିଙ୍କ ପାରିବାରିକ ସମ୍ପର୍କକୁ ନେଇ ‘ଗାନ୍ଧି, ମାଇ ଫାଦର୍’ ନାମରେ ଏକ ଫିଲ୍ମ ତିଆରି ହୋଇଥିଲା। ଏହି ଫିଲ୍ମର ବିଷୟ ମହାତ୍ମା ଗାନ୍ଧି ଓ ତାଙ୍କର ବଡ଼ ପୁଅ ହରିଲାଲ୍ ଗାନ୍ଧିଙ୍କ ସମ୍ୱନ୍ଧକୁ ନେଇ ତିଆରି ହୋଇଥିଲା। ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଫିରୋଜ ଅବା ସ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିଲେ।
‘ଗାନ୍ଧି ଟୁ ହିଟ୍ଲର୍’ ରେ ରଘୁବୀର୍ ଯାଦବ ହିଟଲର୍ଙ୍କ ଭୂମିକାରେ ଏବଂ ଅଭିଜିତ୍ ଦତ୍ତ ଫିଲ୍ମରେ ମୋହନ ଦାସ କରମ ଚାନ୍ଦ ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ରିପୋର୍ଟ ଅନୁସାରେ, ଫିଲ୍ମଟି ଗାନ୍ଧିଙ୍କ ଦ୍ୱାରା ଲେଖା ଯାଇଥିବା ‘ଦ ଡାଉନ୍ଫଲ୍’ ପତ୍ରକୁ ନେଇ ଆଧାରିତ ଥିଲା। ଗାନ୍ଧିଜୀ ଏହି ପତ୍ର ହିଟଲର୍ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।