ଜୁଆଆଡ୍ଡାରେ ଉପରେ ଚଢ଼ାଉ, ୭ ଗିରଫ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ ଲୁଚା ଛପା ଚାଲିଛି ଜୁଆ ଖେଳ । ଏମାନଙ୍କୁ ଧରିବା ପାଇଁ ପୋଲିସ ଚଳାଇଛି ଅପରେସନ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମର ଏକ ଜୁଆଆଡ୍ଡା ଉପରେ ପୋଲିସ ରେଡ କରିଛି । ଏହି ଚଢାଉରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୧, ୭୯୦ ଟଙ୍କା ଜବତ କରିଛି ହିଞ୍ଜିଳି ପୋଲିସ । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ ୬୨୦/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।