ବ୍ୟୁରୋ : ଆଉ ଭିକ ମାଗିପାରିବେନି ଲୋକେ | ଆଜିଠୁ ଲାଗିଲା କଟକଣା | ଆଜିକା ଦିନରେ ଭାରତ ନିଜ ଅଣ୍ଟା ସଳଖି ଛିଡା ହେବରେ ସକ୍ଷମ ହେଉଥିବା ବେଳେ ଭିକ୍ଷା ବୃତି ରେ କିନ୍ତୁ ରୋକ ଲାଗିପାରିନାହିଁ | ଯାହା ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଦେଶରେ ବିଭିନ୍ନ ସହରରେ ଭିକ୍ଷା ବୃତ୍ତି କରି ଲୋକେ ଚଳିଆସୁଛନ୍ତି । ନିଜ ପେଟ ପୋସିବା ପାଇଁ ଅନ୍ୟଙ୍କ ପାଖରେ ହାତ ପତାଉଛନ୍ତି । ମନ୍ଦିର, ରାସ୍ତା ଘାଟ ଯୁଆଡେ ବି ଯିବେ ଭିକ୍ଷା ବୃତି କରୁଥିବା ଲୋକ ଆପଣଙ୍କ ନଜରରେ ନିହାତି ଆସିବେ | ରାସ୍ତାରେ ଲୋକେ ଭିକ୍ଷା ମାଗିବା ଦ୍ୱାରା ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଭିକ ମାଗିବା ଉପରେ କଟକଣା ଲଗା ଯାଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଗତ ବୁଧବାର ନାଗପୁର ସିଟି ପୋଲିସ କମିଶନର ପକ୍ଷରୁ ଏକ ନିର୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦଶ ଆଧାରରେ ସହରର କୌଣସି ବି ସ୍ଥାନରେ ଭିକ ମାଗିପାରିବେନି ଲୋକେ । ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ତେବେ କଟକଣା ସତ୍ୱେ ଯଦି କେହି ଭିକ୍ଷା ମାଗିବାର ଦେଖାଯାଏ ଅର୍ଥାତ ନିୟମ ଉଲଂଘନ କରେ ତେବେ ତାଙ୍କ ଉପରେ ଆଇପିସି ଧାରା ୧୮୮ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ | ଏ ନେଇ ମହାରାଷ୍ଟ୍ର ପୋଲିସ ପକ୍ଷରୁ ଚେତାଇ ଦିଆଯାଇଛି । ଏଠି ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିହାତି ଉଙ୍କି ମରୁଥିବ ଯେ , କାହିଁକି ହଠାତ ସହରରେ ଭିକ ମାଗିବା ଉପରେ କଟକଣା ଲାଗୁ କରାଗଲା?
ତେବେ ଦେଶର ବିଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି । ଅନେକ ଦେଶର ବହୁ ପ୍ରତିକ୍ଷିତ ଲୋକ ଏଥିରେ ସାମିଲ ହେଉଛନ୍ତି । ଭାରତର ଛବି କିଭଳି ବିଶ୍ୱ ବଜାରରେ ଉଚ୍ଚରେ ରହିବ ସେନେଇ ପ୍ରଚେଷ୍ଠା ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭିକ ମାଗିବା ଉପରେ କଟକଣା ଲଗାଯାଇଛି । ରାସ୍ତାରେ ଲୋକେ ଭିକ୍ଷା ମାଗିବା ଦ୍ୱାରା ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଜି-୨୦ ସମ୍ମିଳନୀ ଅନେକ ସହର ରେ ହେବ ମହାରାଷ୍ଟ୍ର ପରି ଅନ୍ୟ କେଉଁଠି ଏଭଳି ପଦକ୍ଷପ ନିଆଯିବ ତାହା ଦେଖିବାକୁ ବାକି ରହିଲା |