ଚିକିତ୍ସା ପାଇଁ ଅର୍ଥ ବାଧକ

(କଳ୍ପତରୁ ଜେନା /ଭୁବନ): ଖେଳିବା ବୁଲିବା ବୟସରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଛି କୌଶଲ୍ୟା । ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ମା ଓ ପଡୋଶୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ଧଳପଡା ଗାଁରୁ ଦେଖନ୍ତୁ ଏଇ ରିପୋର୍ଟ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ଗ୍ରାମର କବି ବେହେରା ଓ ବଉଳ ବେହେରାଙ୍କ ଝିଅ କୌଶଲ୍ୟା। ବୟସ ମାତ୍ର ୧୫ ବର୍ଷ। ସେ ଜଣେ ମେଧାବି ଛାଛ୍ରୀ ।ଏବେ ସେ ବାଲୁଙ୍କେଶ୍ବର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ହେଲେ ଏହି ଖେଳିବା ବୁଲିବା ବୟସରେ ଯନ୍ତ୍ରଣାରେ ଛଟପଟ। ପାଟିରେ ଜିଭ ତଳେ ମାଂସ ପିଣ୍ଡୁଳା ବଢୁଛି । ୪ ବର୍ଷ ତଳେ ଏହା ଆରମ୍ଭ ହୋଇଥିଲା। ଏବେ ପରିସ୍ଥିତି ଏମିତି କଥା କହିବା ଓ ଖାଇବାକୁ ବି କଷ୍ଟ ହେଉଛି। କୌଶଲ୍ୟା ବାପା ଜଣେ ମାନଶିକ ରୋଗୀ । ୫ ବର୍ଷ ହେଲା ଘରକୁ ଆସୁନାହାନ୍ତି। ତାଙ୍କ ମା କିଛି ପଡୋଶୀଙ୍କ ସହଯୋଗରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ ମେଡିକାଲକୁ ନେଇଥିଲେ। କିନ୍ତୁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେତୁ ନିରାଶ ହୋଇ ଘରକୁ ଫେରିଥିଲେ। ସାହାଯ୍ୟ ମିଳିଲେ ଭଲ ହୋଇ ପାଠ ପଢିବେ ବୋଲି କହିଛନ୍ତି କୌଶଲ୍ୟା।ଏହି ଘଟଣା ନେଇ ଆମେ ଭୁବନ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ସିଡିଏମଓ ଓ ଜିଲ୍ଲାପାଳଙ୍କ ସହ କଥା ହୋଇ ଚିକିତ୍ସା ପାଇଁ ଚେଷ୍ଟା କରିବେ ଅଧିକ ଆବଶ୍ୟକ ହେଲା ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ।ଏବେ ଅପେକ୍ଷା କୌଶଲ୍ୟାକୁ କେବେ ମିଳୁଛି ସହାୟତା।