ମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପ ଲାଗି ବିଗୁଲ ବାଜି ସାରିଲାଣି। ସମସ୍ତ ଟିମ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି । ଟି-୨୦ ମ୍ୟାଚ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜନ କରାଯାଉଛି । ତେବେ ଅକ୍ଟୋବର ୧୬ରୁ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୯ ଦିନ ଧରି ଚାଲିବ । ଏହାର ଫାଇନାଲ ମ୍ୟାଚ ନଭେମ୍ବର ୧୪ରେ ମେଲବର୍ଣ୍ଣରେ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ ଦେଖିବା ଲାଗି କ୍ରିକେଟ ପ୍ରେମୀମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଫାଇନାଲ ମ୍ୟାଚ ବ୍ୟତୀତ ଅନ୍ୟ ମ୍ୟାଚ ଗୁଡିକ ଦେଖିବା ଲାଗି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଟିକେଟ ଲାଗି କସରତ ଆରମ୍ଭ ହୋଇଗଲାଣି । ତେବେ ଏସବୁ କଳ୍ପନା ଜଳ୍ପନା ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ଲାଗି ଖୁସି ଖବର ସାମ୍ନାକୁ ଆସିଛି । ମେଲବର୍ଣ୍ଣ କ୍ରିକେଟ ମ୍ୟାନେଜମେଣ୍ଟ ନିଜ ଫ୍ୟାନମାନଙ୍କୁ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଟିକେଟ ପାଇବାର ସୁଯୋଗ ଦେଇଛି । ଏହାର ଏକ ଭିଡିଓ ମେସେଜ ଜାରି କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ଥ । ଶ୍ରୀ ପନ୍ଥ ସେସିଆଲ ମିଡିଆରେ ଏହି ଭିଡିଓ ସହ ଫ୍ରି ଟିକେଟ ଜିତିବାର ସୂଚନା ଦେଇଛନ୍ତି ।