ନୂଆଦିଲ୍ଲୀ: ୨୦୨୮ ପର୍ଯ୍ୟନ୍ତ ମାଗଣା ଚାଉଳ । ୨୦୨୮ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ କରିଛି । ଏଥିପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପନ୍ଦନ ଗ୍ରାମ କାର୍ୟ୍ୟକ୍ରମ ଅଧୀନରେ ରାଜସ୍ଥାନ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ୨୨୮୦ କିଲୋମିଟର ରାସ୍ତା ନିର୍ମାଣ ନିଷ୍ପତ୍ତି ମଧ୍ୟ କ୍ୟାବିନେଟରେ ନିଆଯାଇଛି। ଏହି କାମ ପାଇଁ ୪୪୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଗ୍ରାମାଞ୍ଚଳରେ ଏହାଦ୍ୱାରା ଉନ୍ନତି ହେବ ବୋଲି ପ୍ରସ୍ତାବରେ କୁହାଯାଇଛି। ଭ୍ରମଣ କରିବା ସହଜ ହେବ। ନୂତନ ସଡ଼କଗୁଡିକ ସମଗ୍ର ଅବଶିଷ୍ଟ ରାଜପଥ ନେଟୱାର୍କ ସହିତ ସଂଯୁକ୍ତ ହେବ।