ବାଣପୁର: ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ଼ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର । ଖୋର୍ଦ୍ଧା ଜିଲ୍ଲା ବାଣପୁରବ୍ଲକ ଦାମିଆ ବରବରା ପଞ୍ଚାୟତ ଅଧୀନ ମହୁଲିଆ ଗ୍ରାମରେ ବୁଧବାର ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡ଼ ଭୁବନେଶ୍ୱର (ବାଣିଜ୍ୟ) ଖଣ୍ଡ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମଟି ଦିନ ୧୦ଘଟିକାରୁ ଅପରାହ୍ଣ ୩ଘଟିକା ପର୍ଯ୍ୟନ୍ତ ଜାରି ରହିଥିଲା। ଓଡିଶା ବନ ଉନ୍ନୟନ ନିଗମ ଉପଖଣ୍ଡିୟ ପରିଚାଳକ (ବାଣିଜ୍ୟ ଓ ବୃକ୍ଷରୋପଣ) ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରମାକାନ୍ତ ନାୟକ, ଫାର୍ମାସିଷ୍ଟ ପ୍ରମୋଦ ଦେହୁରୀ,କାଳୁଚରଣ ବିଶ୍ୱାଳ, ପରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ୧୧୦ ରୋଗୀଙ୍କ ଆଣ୍ଠୁଗଣ୍ଠି ବାତ, ଜ୍ୱର, ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ମଧୁମେହ, ସ୍ନାୟୁରୋଗ ଏବଂ ବିଭିନ୍ନ ପ୍ରକାର ଚର୍ମରୋଗ ସମ୍ବନ୍ଧୀୟ ଚିକିତ୍ସା କରିଥିଲେ। ରୋଗୀମାନଙ୍କର ମାଗଣା ଚିକିତ୍ସା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।