ସୁଧାଂଶୁଙ୍କ ବିରୋଧରେ ସଂଘାତିକ ଅଭିଯୋଗ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଦୂତି ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ଓ ବ୍ଲାକମେଲିଂ କରିବା ଘଟଣାରେ ଗିରଫ ହୋଇଥିବା ୱେବପୋର୍ଟାଲ ଚ୍ୟାନେଲର ସମ୍ପାଦକ ବିରୋଧରେ ସଂଘାତିକ ଅଭିଯୋଗ ଆସିଛି । ବିଧାୟକ, ମନ୍ତ୍ରୀଙ୍କ ଜାଲ ଦସ୍ତଖତକୁ ବ୍ୟବହାର କରି ସୁଧାଂଶୁ ରାଉତ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଦୂତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହେବା ପରେ ଏହି ଜାଲିଆତି ସାମ୍ରାଜ୍ୟର ମୁଖା ଖୋଲିଛି ।

ବିଜେଡି ସାଂଗଠନିକ ପ୍ରଣବ ପ୍ରକାଶ ଦାସଙ୍କ ଜାଲ ଦସ୍ତଖତର କାଗଜ ପତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକିଥିବା ବେଳେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଲ ଦସ୍ତଖତରେ ନିଯୁକ୍ତି ଦେବା ଲୋଭ ଦେଖାଇ ଆଶାୟୀଙ୍କ ଠାରୁ ଠକି ଥିଲେ ୧ ଲକ୍ଷ ଟଙ୍କା । ଯାଜପୁରରେ ଆଇଓସିଏଲ ନାଁରେ ନିଯୁକ୍ତି ବିଜ୍ଞାପନ ବାହାର କରି ଚାକୀରି କରାଇଦେବା ନାଁରେ ଲକ୍ଷେ ଟଙ୍କା ଠକିଥିଲେ ଜଣେ ଚାକିରୀ ଆଶାୟୀ ଠାରୁ । କିନ୍ତୁ ଚାକୀରି ଆଶାୟୀ ଜଣକ ଠକାମୀର ଶିକାର ହେବା ଜାଣି ମାମଲା ଥାନାକୁ ନେଲାବେଳେ ଆପୋଷ ବୁଝାମଣାରେ ସମାଧାନ କରିବାକୁ କହିଥିଲେ ସୁଧାଂଶୁ । ଲକ୍ଷେ ଟଙ୍କାରୁ ମାତ୍ର ୧୦ ହଜାରଟଙ୍କା ଆଶାୟୀଙ୍କୁ ଫେରାଇଛନ୍ତି ସୁଧାଂଶୁ । କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି ଯାହଙ୍କ ଜାଲ ଦସ୍ତକତ ବ୍ୟବହାର କରି ଲୋକଙ୍କୁ ଠକିଛନ୍ତି । ବିଧାୟକ ପ୍ରଣବ ପ୍ରକାଶ ନାଁରେ ଉଠାଇ ଆଣିଥିଲେ ୱାର୍କଅର୍ଡର୍ । ଜାଲ୍ କାଗଜପତ୍ର ଜରିଆରେ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ବି ବ୍ୟବହାର କରି ଜଣଙ୍କୁ ୨ ଲକ୍ଷ ଟଙ୍କାର ଚୁନା ମାରିଥିବା ଅଭିଯୋଗ ହୋଇଛି ।