ରିପୋଟର୍ସ ଟୁଡେ ବ୍ୟୁରୋ;- ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା । ନିଜେ ଫୋନ କରି ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ୟୁଟ୍ୟୁବର ନରେନ୍ଦ୍ର ସାହୁ । ଗଞ୍ଜାମ ପାତ୍ରପୁର ବ୍ଳକ ଜରଡା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଯାଇଥିଲେ ସେ ।
ସେ ଏବେ ବୁରାତାଳ ପଞ୍ଚାୟତର ମାରମାରିଆ ଗାଁର ରଞ୍ଜନ ଭୂଆଁଙ୍କ ଘରେ ଥିବା ସୂଚନା ଦେଇଛନ୍ତି । ସୂଚନାମୁତାବକ,ବାର୍ହାପଥରକୁ ପିକନିକ ପାଇଁ ସେ ଓ ୩ ସାଙ୍ଗ ଶଙ୍କର୍ଷଣ ନାହାକ, ସରୋଜ ଓ ଚିରଞ୍ଜୀବି ପାଣିଗ୍ରାହୀ ରବିବାର ଆସିଥିଲେ । ହେଲେ ସେଠାରେ ସେ ନିଖୋଜ ହୋଇଯାଇଥିଲେ ।

ତେବେ ନିଖୋଜ ହେବା ପରେ ତିନି ସାଙ୍ଗ ଜରଡା ଥାନାକୁ ଫେରି ସାଙ୍ଗ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ।ଏହାପରେ ସନ୍ଦେହ ବଢିଥିଲା କି , ନରେନ୍ଦ୍ର ପାଣିରେ ଭାସିଯାଇ ଥାଇପାରନ୍ତି ।କିନ୍ତୁ ନରେନ୍ଦ୍ର କହିଛନ୍ତି, ମୁଁ ଶୌଚ କରିବାକୁ ଯାଇଥିଲି ।

ହଠାତ୍ ମୋତେ କିଏ ମାରିବାକୁ ଆସିଲା ଭଳି ଲାଗିଲା , ତାପରେ ମୁଁ ଧାଇଁ ଧାଇଁ ପ୍ରାଣ ବିକଳରେ ଅନ୍ୟତ୍ର ଚାଲି୍ଗଲି । ତେବେ ତାଙ୍କ କଥାରେ କେତେ ସତ୍ୟତା ରହିଛି, ତାହା ତନ୍ତ ପରେ ଜଣାପଡିବ ।ଜରଡ଼ା ପୋଲିସର ଏକ ଟିମ ମାରମାରିଆ ଗାଁକୁ ଯାଇ ନରେନ୍ଦ୍ରକୁ ଆଣିବ ବୋଲି ଆଇଆଇସି ଟୁନା ସାମଲ ସୂଚନା ଦେଇଛନ୍ତି ।