ହସ୍ପିଟାଲରେ ମିଳୁନି ମୌଳିକ ସୁବିଧା

ହିଂଜିଳି କାଟୁ (ରଜନୀ କାନ୍ତ ପାତ୍ର) ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ଦିନ l ସ୍ୱାସ୍ଥ୍ୟସେବାରେ ଅବନତି ବୃଦ୍ଧି ପାଉଥିବାରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ସ୍ୱାସ୍ଥ୍ୟ ସେବା ନାମରେ ଅନେକ ଯୋଜନା ରାଜ୍ୟ ସରକାର ଘୋଷଣା କରିଥିଲେ ସୁଦ୍ଧା ଏଠି ନିରାମୟ, ନିଦାନ ଭଳି କୌଣସି ଯୋଜନା ଲୋକଙ୍କ ପାଇଁ ଲାଭପ୍ରଦ ହେଉନାହିଁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ଅଭିଯୋଗ କରିଛି। ଆଜି ୫ ଗୋଟି ପ୍ରମୁଖ ଦାବିନେଇ ସହରର ଅଗ୍ରଣୀ ଗଣ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ଋଷିକୂଲ୍ୟକ୍ଷ ରୟତ ମହାସଭା, ଅବସରପ୍ରାପ୍ତ ଶିକ୍ଷକ ସଂଗଠନ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଓ ଆପ ଭଳି ବିଭିନ୍ନ ଗଣ ସଂଗଠନ ଓ ରାଜନୈତିକ ଦଳ ଏମକେସିଜି ମେଡିକାଲ ମୁଖ୍ୟ ଛକଠାରେ ୧୧୫ ତମ ଘଣ୍ଟଯାତ୍ରା ଗଣବିକ୍ଷୋଭରେ ସାମିଲ ହୋଇଥିଲେ l