୪ବର୍ଷ ପରେ ପାକିସ୍ତାନ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ

ନୂଆଦିଲ୍ଲୀ : ପାକିସ୍ତାନ ପୁର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସିରଫ ଆଜି ନିଜ ଦେଶ ଫେରିଛନ୍ତି । ୪ବର୍ଷ ଧରି ବିଦେଶରେ କରିବା ପରେ ଏବେ ଫେରିଛନ୍ତି ଦେଶକୁ । ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ମଧ୍ୟାହ୍ନ ୨.୫ ମିନିଟରେ ଲାହୋର ବିମାନ ବନ୍ଦରରେ ପହଞ୍ଚିଛନ୍ତି ସରିଫ । ନିର୍ବାଚନ ପୁର୍ବରୁ ନୱାଜ ସରିଫଙ୍କ ଘର ବାହୁଡାକୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନୱାଜଙ୍କ ଘରବାହୁଡାକୁ ଦୃଷ୍ଟିରେ ରଖି ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ।

ନୱାଜ ସରିଫ ବିମାନ ବନ୍ଦରରୁ ନିଜ ପରିବାର ସହ ଲାହୋର ଗସ୍ତ କରିଛନ୍ତି । ଲାହୋରରୁ ସେ ସନ୍ଧ୍ୟାବେଳେ ମୀନାର ଏ-ପାକିସ୍ତାନ ଯିବେ । ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ପାକିସ୍ତାନକୁ କିଭଳି ଭାବେ ଆର୍ଥିକ ସଂକଟରୁ ରକ୍ଷା କରାଯାଇପାରିବ ତାହା ଉପରେ ଯୋଜନା କ’ଣ ହୋଇପାରେ କହିବେ । ସେଠାରେ ନୱାଜ ସରିଫଙ୍କ ରାଜନୈତିକ ଦଳ ପାକିସ୍ତାନ ମୁସଲିମ୍ ଲିଗ ନୱାଜ ତରଫରୁ ନୱାଜଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ଏହା ପୂର୍ବରୁ ଦୁବାଇ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସରିଫ୍ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ତାଙ୍କ ଭାଷାରେ କହିବାକୁ ଗଲେ ଦେଶର ସ୍ଥିତି ୨୦୧୭ ତୁଳନାରେ ବହୁତ ଖରାପ ଥିଲା ଯେତେବେଳେ ସୁପ୍ରିମ୍ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ପରେ ଦୁଇଟି ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।ଏହା ପୂର୍ବରୁ ଦୁବାଇ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସରିଫ୍ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ତାଙ୍କ ଭାଷାରେ କହିବାକୁ ଗଲେ ଦେଶର ସ୍ଥିତି ୨୦୧୭ ତୁଳନାରେ ବହୁତ ଖରାପ ଥିଲା ଯେତେବେଳେ ସୁପ୍ରିମ୍ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ପରେ ଦୁଇଟି ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।