ନୂଆଦିଲ୍ଲୀ: ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡା । ସେହିପରି ମାହାରାଷ୍ଟ୍ରରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଶୋକ ଚୌହାନ । ସେହିଭଳି ମେଧାକୁଲକର୍ଣ୍ଣୀଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପି ତରଫରୁ ଜାରି କରାଯାଇଥିବା ତାଲିକାରେ ୭ ଜଣଙ୍କ ନାମ ଉଲ୍ଲେଖ ରହିଛି । ଯାହା ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ଓ ୩ ଜଣ ମହାରାଷ୍ଟ୍ରରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାର ପ୍ରଥମରେ ରହିଛନ୍ତି ଜେପି ନଡ୍ଡା, ଦ୍ୱିତୀୟରେ ଗୋବିନ୍ଦଭାଇ ଢୋଲକିଆ, ମୟଙ୍କ ଭାଇ ନାୟକ, ଯଶବନ୍ତସିଂ ସଲାମସିଂହ ପରମାରଙ୍କ ସାମିଲଙ୍କୁ ଗୁରୁରାଟରୁ ରାଜ୍ୟସଭା ପାଇଁ ପାର୍ଥି ହୋଇଛନ୍ତି ।