ଆରପାରିରେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର
ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ଗୁରବାର ସଂଧ୍ୟାରେ ଦେହାନ୍ତ ହୋଇଛି ।
(ବଲାଙ୍ଗୀରି) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ଗୁରବାର ସଂଧ୍ୟାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିବା ବେଳେ ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇଥିଲେ ।ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।
ସୂଚନାନୁଯାୟୀ , ଆଜି ସନ୍ଧ୍ୟାରେ ତାଙ୍କ ପରଲୋକ ଖବର ପ୍ରଚାର ହେବାପରେ କଂଗ୍ରେସ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକ କଂଗ୍ରେସ ବିଧାୟକ ଦଳ ନେXତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଛନ୍ତି ।