କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ। ୬୩ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଉତ୍କଳ କେଶରୀ ଅସୁସ୍ଥ ଥିଲେ । ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଚିକିତ୍ସା ଚାଲିଥିଲା l
ସୂଚାନା ଅନୁଯାୟୀ, ଉତ୍କଳ କେଶରୀ ପରିଡ଼ା ଜଣେ ବିଶିଷ୍ଟ ରାଜନୀତିଜ୍ଞ । ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ l ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ l ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ l ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ l ପରେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ୨୦୦୪ ମସିହାରେ ବିଧାନସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ l ସେ ୧୯୬୧ ମସିହାର ଜାନୁଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପରିଡ଼ା ଏବଂ ପତ୍ନୀଙ୍କ ନାମ ରଶ୍ନାମୟୀ ପରିଡ଼ା।