ସାଲେପୁର(ତାରାକାନ୍ତ ନାୟକ) ସାଲେପୁର ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ କାଳିନ୍ଦୀ ଚରଣ ବେହେରାଙ୍କ ୮୨ତମ ଜନ୍ମ ଜୟନ୍ତୀ ବାଲିସାହି ପଞ୍ଚାୟତ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ କାଳିନ୍ଦୀ ବେହେରା ସ୍ମୃତି ସଂସଦ ତରଫରୁ ଅନୁଷ୍ଠିତ ହୋଇଛି। ସକାଳ ଆଠଟାରୁ ବାହାରି ସାଲେପୁର କଲେଜ ରେ କାଳିନ୍ଦୀ ବେହେରା ଙ୍କ ପ୍ରତିମୂର୍ତ୍ତି ସହ ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି।ଏଥିରେ କଲେଜର କର୍ମକର୍ତ୍ତା ଙ୍କ ସହିତ କାଳନ୍ଦୀ ବେହେରା ସ୍ମୃତି ସଂସଦ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ତାପରେ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ଏକ ସ୍ମୃତି ଚାରଣ ସଭା ଆୟୋଜନ ହୋଇଥିଲା।ଏହି କାର୍ୟ୍ୟକ୍ରମ ରେ ରାମଚନ୍ଦ୍ର ମହାନ୍ତି,ସଭାପତି, ପ୍ରମୋଦ ସାହୁ,ଉପସଭାପତି,ଜ୍ଞାନରଞ୍ଜନ ବେହେରା,ଉପଦେଷ୍ଟା,ଗଗନ ମିଶ୍ର,ଧ୍ରୁବ ଚରଣ ମହାନ୍ତି,ଗୌରାଙ୍ଗ ସୁବୁଦ୍ଧି,ରମେଶ ନାୟକ, ମୋନଜ ବିଶ୍ଵାଳ,ରଶ୍ମିରଞ୍ଜନ ପରିଜା,ଶ୍ରୀକାନ୍ତ ପଣ୍ଡା,ମନୋଜ ମହାନ୍ତି,
ନିତ୍ୟାନନ୍ଦ ସ୍ୱାଇଁ, ସଞ୍ଜୟ ଦଳେଇ,ପ୍ରଧ୍ୟାପକ ସୁଶାନ୍ତ କୁମାର ନାୟକ, ପ୍ରସନ୍ନ ମହାପାତ୍ର,ନିର୍ମଳ ମିଶ୍ର, ଅଲେଖ ପରିଡ଼ା, ନଳିନୀ କାନ୍ତ ଦାସ କେଶବ ବେହେରା,ଶ୍ୟାମସୁନ୍ଦର କାଣ୍ଡି,ଏବଂ ସାଲେପୁର ବ୍ଲକର ବିଭିନ୍ନ ପଞ୍ଚାୟତ ରୁ କାଳିନ୍ଦୀ ପ୍ରେମୀ ମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରସାଦ ସେବନ କରାଯାଇଥିଲା।