ଭୁବନେଶ୍ୱର : ପୂର୍ବତନ ବନ ବିଭାଗର ACF ଓ ତାଙ୍କ ପତ୍ନୀଙ୍କ ସମ୍ପତି ଅଟାଚ | ସମ୍ପତି ଅଟାଚ କରିଛି ED | ପୂର୍ବତନ ବନ ବିଭାଗର ACF ବିରାଜ ମୋହନ ମହାନ୍ତି ଓ ତାଙ୍କ ପତ୍ନୀ ଶିବାନୀ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ୪୦.୨୦ଲକ୍ଷ୍ ର ସ୍ଥାବର ସମ୍ପତି ED ଅଟାଚ କରିଛି । PMLA ଆକ୍ଟରେ ଅଟାଚ ହୋଇଛି ସମ୍ପତି ।
୨୦୧୮ରେ ବାଲେଶ୍ଵର ଭିଜିଲାନ୍ସ ଏକ ଆୟ ବହିର୍ଭୁତ ମାମଲା ରୁଜୁ କରିଥିଲା। ଏହାପରେ ଚାର୍ଜ ସିଟ ଦାଖଲ ହୋଇଥିଲା। ସେତେବେଳେ ବିରାଜ ଭଦ୍ରକ ବନ ବିଭାଗ ରେ DFO ଭାବେ କାର୍ଯ୍ୟରତ ଥିଲେ।