ଭୁବନେଶ୍ଵର: ଠକେଇ ମାମଲାରେ ଗତ ୨ ବର୍ଷ ହେଲା ଫେରାର ଥିବା କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ । ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ । ହିନ୍ଦୋଳ ସବ୍ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଚଞ୍ଚକତା କରି ପେନସନ୍ ଟଙ୍କା ଉଠାଇ ନିଜ ଆକାଉଣ୍ଟକୁ ପଠାଉ ଥିଲେ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ମନୋରଞ୍ଜନ ସାହୁ ପରିବାର ପେନସନଧାରୀଙ୍କ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ କିଛି ସମ୍ପର୍କୀୟଙ୍କ ଆକାଉଣ୍ଟଙ୍କୁ କ୍ରେଡିଟ୍ କରିଥିଲେ । ଟଙ୍କା ହଡ଼ପ ନେଇ ଅଭିଯୋଗ ପରେ ତଦନ୍ତ କରିଥିଲା ଭିଜିଲାନ୍ସ । ଦୁଇ ବର୍ଷ ହେଲା ସେ ଫେରାର ରହିଥିଲେ । ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହି ମାମଲାରେ କଟକ ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ।