ପଙ୍କରୁ ମୁକୁଳିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ତାଳଚେର ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ପୁରୋଧା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମା ଅବହେଳିତ ଅବସ୍ଥାରେ ପଡ଼ିଥିବାବେଳେ ଏନେଇ ‘ରିପୋଟର୍ସଟୁଡେ’ରେ ଖବର ପ୍ରକାଶ ପାଇଥିଲା । ସବୁଠାରୁ ଆଶ୍ଚର୍ୟ୍ୟର କଥା ପୂର୍ବସୁରୀଙ୍କୁ ଆମେ ସମ୍ମାନ ଦେଇ ପ୍ରତିବର୍ଷ ସେପ୍ଟେମ୍ବର ୬ ତାରିଖରେ ପ୍ରଜାମଣ୍ଡଳ ଜନ୍ମ ଜୟନ୍ତୀ ପାଳନ କରୁଛେ । ହେଲେ ତାଳଚେର ସ୍ୱାଧୀନତା ସଂଗ୍ରାମୀ ଟ୍ରଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁଙ୍କୁ ଅଣଦେଖା କରୁଥିବାର ଦୃଶ୍ୟମାନ ହୋଇଆସୁଥିଲା ।
ତେବେ ଏନେଇ ଖବର ରିପୋଟର୍ସଟୁଡେ ରେ ସଚିତ୍ର ପ୍ରକାଶ ପାଇଥିଲା । ଯାହାଙ୍ ନାମରେ ପ୍ରଜାମଣ୍ଡଳ ଦିବସ ବା ଜୟନ୍ତୀ ପାଳନ କରାଯାଉଛି ତାଙ୍କ ପ୍ରତିମୂର୍ତ୍ତିକୁ କିଭଳି ପଙ୍କ, କାଦୁଅ ଭର୍ତି ଜାଗାରେ ଅଣଦେଖା କରାଯାଉଛି ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଖବର ପ୍ରକାଶ ପାଇବା ବ୍ଲକ ପ୍ରଶାସନ ସଙ୍ଗ ସଙ୍ଗେ କାମ କରି ଟାଇଲ ପକାଇ ଏବେ ଏହି ପ୍ରତିମୂର୍ତ୍ତି ଏବଂ ପରିବେଶକୁ ଚକାଚକ କରିଛନ୍ତି । ଏନେଇ ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀ ‘ରିପୋର୍ଟର୍ସ ଟୁଡେ’ କୁ ସାଧୁବାଦ ଦେବା ସହିତ ସଂଗ୍ରାମୀ ପବିତ୍ର ବାବୁଙ୍କୁ ଉପଯୁକ୍ତ ସମ୍ମାନ ମିଳିଥିବା ମତ ରଖିଛନ୍ତି ।