ବିଜେଡି ଛାଡି ବିଜେପିରେ ମିଶିଲେ ଅମର ପଟ୍ଟନାୟକ । ବିଜେପି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ,ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିର ମଙ୍ଗ ଧରିଛନ୍ତି ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ । ଜୀବନରେ ମୋର ରାଜନୀତି କ୍ୟାରିୟରରେ ମାତ୍ର ୮ ବର୍ଷ ହେଲା । ମୁଁ ଯେତବେଳେ ଚାକିରୀ ଛାଡ଼ିଥିଲି ୨୦୧୮ ମସିହାରେ ଉତ୍କଳ ଜନନୀ ଓଡ଼ିଶା ପାଇଁ କାମ କରିବି । ଲୋକଙ୍କ ସହ ମିଶି ସିଧା କାମ କରିବି । ରାଜ୍ୟ ସଭାରେ ସୁଯୋଗ ମିଳିଲା । ଦାବି ରାଜ୍ୟସଭାରେ ରଖିବା ପାଇଁ ଚେଷ୍ଟା କରିଥିଲି। ସମୟ ଆସିଲା ସେଟା ଏହି ସମୟ ରାଷ୍ଟ୍ର ନିର୍ମାଣ ପାଇଁ ସମୟ ଆସିଲା। ସେଥିପାଇଁ ରାଷ୍ଟ୍ରୀୟ ଦଳରେ ସାମିଲ ହେବାର ସୁଯୋଗ ମିଳିଲା । ରାଷ୍ଟ୍ର ନିର୍ମାଣ କହିଲା ବେଳେ ମନରେ କୋହ ଅଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲେ ଲୋମ ଟାଙ୍କୁରୀ ଉଠେ । ଦେଶ ପ୍ରତି କମିଟିନେଣ୍ଟ ସେବା ମାନିବୃତ୍ତି କାହା ପାଖରେ ନଥାଏ। ଓଡ଼ିଶା ୨୦୪୭ ମସିହା ରେ ନୂତନ ଭାରତ ହେଲେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ । ମତେ ସୁଯୋଗ ମିଳୁ ମୁଁ ଦେଶ ପାଇଁ ସେବା କରିପାରିବି ଏଟା ଚାଁହୁଥିଲି । ସେ ସୁଯୋଗ ବିଜେପି ଦେଇଛି । ୨୦୧୪ ମସିହା ପର ଠାରୁ ନକ୍ସଲ ଦମନ ପାଇ ଷ୍ଟାଟଜି ତିଆରି କରାଗଲା ତା ପଛରେ ନାୟକ ଅମିତ ସାହା । ଓଡ଼ିଶାରେ ଶିଳ୍ପୟନ, ପାକୃତିକ ସୌନ୍ଦର୍ଯ୍ୟ, କାରିଗରୀ, କଳା ସଂକୃତି କୁ ଆଗକୁ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯାହା କରୁଛନ୍ତି ମୁଁ ଅନୁପ୍ରାଣିତ ହୋଇଛି । ସଂକଳ୍ପ ନେଇକି ଆସିଛି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯେଉଁ କାମ ରେ ମତେ ନିୟୋଜିତ କରିବେ ପ୍ରସ୍ତୁତ ଅଛି । RSS ପ୍ରତି ଅନୁପ୍ରାଣିତ ହୋଇଛି । ସକାଳେ ୪୦ ମିନିଟ ପ୍ରାଣାୟାମ କରେ ତାହା RSS ଠାରୁ ଅନୁପ୍ରାଣିତ । ବିଜେପିରେ ଯୋଗଦେଇ ନିଜକୁ ଗୌରବନିତ ମନେ କରୁଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।