ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗଣହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ କରିଛନ୍ତି
ବାଂଲାଦେଶ-: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗଣହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ କରିଛନ୍ତି । ୨୦୨୪ ଜୁଲାଇ ଓ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନକୁ ଦମନ କରିବାକୁ ଯାଇ ହାସିନା ସରକାର ବଳପ୍ରୟୋଗ କରିବାରୁ ୧,୪୦୦ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି । ସରକାର ବିରୋଧୀ ଆନ୍ଦୋଳନକୁ ଚାପିଦେବା ପାଇଁ ହାସିନା ଏକ କୌଶଳଗତ ଆକ୍ରମଣ କରାଇଥିଲେ ବୋଲି ବାଂଲାଦେଶୀ ସରକାରୀ ଓକିଲ ଟ୍ରିବ୍ୟୁନାଲଙ୍କୁ କହିଥିଲେ । ଆନ୍ଦୋଳନ ତୀବ୍ର ହେବାରୁ ହାସିନା ଦେଶ ଛାଡ଼ି ଭାରତ ପଳାଇଯିବା ସହ ତାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟିଥିଲା । ଢାକା ଫେରିବା ପାଇଁ ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ସେ ଅବଜ୍ଞା କରିଥିଲେ ।
ଜଷ୍ଟିସ୍ ଗୁଲାମ ମୁର୍ତାଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ୧୪୫ ପୃଷ୍ଠାର ଅଭିଯୋଗ ଶୁଣିବା ପରେ ହାସିନାଙ୍କ ସମେତ ତତ୍କାଳୀନ ଗୃହମନ୍ତ୍ରୀ ଅସାଦୁଜମନ ଖାନ୍ କମଲଙ୍କ ବିରୋଧରେ ସାନି ଗିରଫ ପରଓ୍ବାନା ଜାରି କରିଛନ୍ତି । ତୃତୀୟ ଅଭିଯୁକ୍ତ ତତ୍କାଳୀନ ପୋଲିସ ଆଇଜି ଚୌଧୁରୀ ଅବଦୁଲ୍ଲା ଅଲ୍-ମାମୁନ୍ଙ୍କୁ ହାଜତରେ ରଖାଯାଇଛି । ଏହି ୩ ଅଭିଯୁକ୍ତଙ୍କୁ ଗଣହତ୍ୟା ପାଇଁ ସୁପରିୟର କମାଣ୍ଡ ଭାବେ ଦାୟୀ କରାଯାଇଛି ।