ରାଇରଙ୍ଗପୁର-: ନିକଟରେ ହିନ୍ଦୋଳ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କ ଶିକାରୀଙ୍କ ଦ୍ଵାରା ହତ୍ୟା ବନଖଣ୍ଡ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି । ତେଣୁ ନିଜର ସୁରକ୍ଷା ନେଇ ସେମାନେ ଏବେ ସରକାରଙ୍କୁ ୩ ଦଫା ଦାବି ନେଇ ଗୁହାରି କରିଛନ୍ତି ଏବଂ ଜୁନ ୧୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସେମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ସେମାନଙ୍କ ଦାବି ହେଲା ମୃତ ପ୍ରହଲ୍ଲାଦ ପ୍ରଧାନଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ସହାୟତା ଯୋଗାଇଦେବା, ଫରେଷ୍ଟ କମିଶନ ଗଠନ କରିବା, ତାଲିମ ନିଯୁକ୍ତି ପ୍ରକ୍ରୀୟା, କର୍ମଚାରୀ ଦକ୍ଷତା ବୃଦ୍ଧି, ବନକ୍ଷେତ୍ର ଅଧିକାରୀମାନଙ୍କୁ ପୋଲିସ ବିଭାଗ ଭଳି ସାଲେରୀ ଆକାଉଣ୍ଟ ଓ ଯେ କୌଣସି ଜାତୀୟ ବ୍ୟାଙ୍କ ଜରିଆରେ ବୀମା ପ୍ୟାକେଜ ପ୍ରଦାନ କରିବା ଇତ୍ୟାଦି । ଏହାକୁ ନେଇ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ ଅଣ-ଗେଜେଟେଡ ବନ କର୍ମଚାରୀ ସଂଘର ସଭାନେତ୍ରୀ ଶ୍ରାବନ୍ତୀ ମାର୍ଣ୍ଡୀ ଏବଂ ସଂପାଦକ ବିପିନ ବେହେରାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ କର୍ମଚାରୀ ଜୁନ ୧୫ରୁ ଜୁନ ୨୧ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ସେମାନେ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ପ୍ରତି ଯଦି କର୍ଣ୍ଣଗୋଚର ନ କରନ୍ତି, ତେବେ ଆସନ୍ତା ଜୁନ ୨୨ ତାରିଖରୁ ଦାବି ପୂରଣ ନ ହେବ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହି ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ।