ସୁନ୍ଦରଗଡ଼: ଚିନ୍ତା ବଢ଼ାଉଛି ଜଙ୍ଗଲ ନିଆଁ । କୋଇଡା ବ୍ଲକ୍ ଅନ୍ତର୍ଗତ ବଡ଼ଇନ୍ଦିପୁର ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ଆଜି ଅପରାହ୍ନ ଚାରିଟା ରୁ ନିଆଁ ଲାଗିଥିବା ବେଳେ ବନ କର୍ମଚାରୀ ଙ୍କ ଦେଖା ନାହିଁ । ଦୁଇ ରୁ ତିନି ଘଣ୍ଟା ପଯ୍ୟର୍ନ୍ତ ନିଆଁ ଲାଗିରହିଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ସହାୟତା ନମିଳିବାରୁ ଗ୍ରାମ ର କିଛି ଯୁବକ ଯାଇ ନିଆଁ ଲିଭାଇବା ସହିତ ନିଆଁ କୁ ଆୟତ କରିଛନ୍ତି ।