ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ

କୋଟିଆ-: କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ ।  ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ରଥଯାତ୍ରାରେ ସାମିଲ ହେବାକୁ କୋଟିଆ ବାସୀ କରିଥିଲେ ଅନୁରୋଧ । ତାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଉଛି । ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ସରିଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେ ନେଇ ସମୀକ୍ଷା କରି ପାରନ୍ତି ।