ବର୍ଷା ଯେଗୁଁ ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ୟୁଜି ଓ ପିଜି ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟିଂ (ଦ୍ୱିତୀୟ ପର୍ୟ୍ୟାୟ ଚୟନ) ଏବଂ ପି.ଜି. (ପ୍ରଥମ ପର୍ଯ୍ୟାୟ ଚୟନ)କୁ ଆଗାମୀ ତା.୫.୮.୨୦୨୩ରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ, ପି.ଟି.ସି. ଜଣାଇଛନ୍ତି ।