କୋଭିଡ ପରିଚାଳନା ପାଇଁ କେନ୍ଦ୍ର ଦେଲା ପ୍ରଥମ କିସ୍ତିରେ ୮୮୭୩.୬ କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିଭିନ୍ନ ରାଜ୍ୟକୁ ବିପର୍ୟ୍ୟୟ ପରିଚାଳନା ପାଣ୍ଠିରୁ (ଏସଡିଆରଏଫ) ୮୮୭୩.୬ କୋଟି ଟଙ୍କା ପ୍ରଦାନ କରିଛି । ଶନିବାର ଏହି ଟଙ୍କା ରାଜ୍ୟ ଗୁଡିକୁ କେନ୍ଦ୍ର ପ୍ରଦାନ କରିଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ରାଶି ପ୍ରଦାନ କରିଛି। ଏହି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି
୪୪୩୬.୮ କୋଟି ଟଙ୍କା କୋଭିଡ ପାଇଁ ବିଭିନ୍ନ ରାଜ୍ୟକୁ ଦିଆଯାଇଥିବା ସୂଚନା ରହିଛି। ସାଧାରଣତଃ ଜୁନ୍ ମାସରେ ଏହି ଟଙ୍କା ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ପ୍ରଦାନ କରାଯାଏ। ତେବେ କୋଭିଡ୍ ମହାମାରୀକୁ ଦେଖି କେନ୍ଦ୍ର ସରକାର ମାସେ ପୂର୍ବରୁ ୮୮୭୩.୬ କୋଟି ରାଜ୍ୟଗୁଡ଼ିକୁ ପ୍ରଦାନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଚଳିତଥର ମୋଦି ସରକାର ପ୍ରଥମ ଥର ପାଇଁ ଏହି ଟଙ୍କା ଆଗୁଆ ଦେଇ ନାହାନ୍ତି ବରଂ ଗତବର୍ଷ ଏହି ଟଙ୍କାର ଖର୍ଚ୍ଚ ହିସାବ ରାଜ୍ୟ ଗୁଡ଼ିକ ଦେଇନଥିଲେ ବି କେନ୍ଦ୍ର ଆଗୁଆ ଟଙ୍କା ପ୍ରଦାନ କରିଛି।