(ସର୍ବେଶ୍ୱର ପାତ୍ର ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ପଂଚାୟତ ଭାଲୁଟାଙ୍ଗରା ଗ୍ରାମରେ ନେହେରୁ କ୍ଲବ ଦ୍ୱାରା ଗତ ୨ତାରିଖରୁ ଚାଲିଥିବା ଫୁଟବଲ ମ୍ୟାଚ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଯାଇଛି । ଏଥିରେ ସମୁଦାୟ ୩୮ଟି ଦଳ ଭାଗନେଇ ଥିଲେ । ଶେଷରେ ଚଦେଇରଗଡା ‘ଏ’ କୁ ହରାଇ ଚଦେଇରଗଡା ‘ବି’ ୧-୦ ଗୋଲରେ ଜିତିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ରହି ଫୁଟବଲ ମ୍ୟାଚର ବିଜୟୀ ଓ ରାନର୍ସ ଟ୍ରଫି ପ୍ରଦାନ କରିଥିଲେ ।ଏଠାରେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ନେହେରୁ କ୍ଲବ ସଭାପତି ଘସିରାମ ମାଣ୍ଡରି ଓ ଷ୍ଟିଲ ମ୍ୟାନେଜର ଯୋଗ ଦେଇଥିଲେ ।କମିଟିର ସମ୍ପାଦକ ବର୍ଷ। ହେମ୍ବ୍ରମ, କାହ୍ନୁ ମୁର୍ମୁ, ସହଦେଵ ଟୁଡୁ, ବ।ଢ଼ା ମ।ନ୍ଦ୍ରୀ, ରଂଜନ ମ।ନ୍ଦ୍ରୀ, ବିଜୁ ମ।ନ୍ଦ୍ରୀ, ସୁନ୍ଦର ମୁର୍ମୁ, କାଲିଚରଣ ମୁର୍ମୁ, ଲଷ୍ମୀଧର ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ ।