ଭାରତର ଦୁଇଟି ଫ୍ୟାକ୍ଟ୍ରିକୁ ବନ୍ଦ କରିବ ଫୋଡ ଇଣ୍ଡିଆ

ନୂଆଦିଲ୍ଲୀ : ଟୁ ବିଲିୟନ ଡାଲାରର କ୍ଷତି ସହିବା ପରେ ଆମେରିକାର କାର କମ୍ପାନୀ ଫୋଡ ଇଣ୍ଡିଆ ନିଜର ଫ୍ୟାକ୍ଟ୍ରି ବନ୍ଦ କରିବା ନେଇ ନିଷ୍ପତି ନେଇଛି । ଫୋଡ ଇଣ୍ଡିଆରେ କାମ କରୁଥିବା ୪୦୦୦ କର୍ମଚାରୀ ମଧ୍ୟ ରୋଜଗାର ହରାଇବେ । ଭାରତୀୟ ବଜାରରେ ବ୍ୟବସାୟ କରିବାରେ ବିଫଳ ହୋଇଛି ଫୋର୍ଡ ଇଣ୍ଡିଆ । ଗତ କିଛି ମାସ ଧରି ଫୋର୍ଡ ଇଣ୍ଡିଆର କାର ବିକ୍ରିରେ ହ୍ରାସ ପାଇଛି । ଗୁଜୁରାଟର ସାନନ୍ଦ ଏବଂ ତାମିଲନାଡୁର ମରାଇମଲାଇରେ ଥିବା ଦୁଇଟି ଫୋର୍ଡ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେବ। ଭାରତରେ କମ୍ପାନୀକୁ ଲାଭ ହେଉନଥିବାରୁ ପ୍ରଡକ୍ସନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଏବେ କେବଳ ବାହାର ଦେଶରୁ ଆମଦାନୀ କାର ବିକ୍ରି ଜାରି ରହିବ।