ଖାଦ୍ୟରେ ରାଗ କମ୍ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବ୍ୟୁରୋ : ରୋଷେଇ କରିବା ମଧ୍ୟ ଏକ କଳା । ଖାଦ୍ୟରେ ପ୍ରସ୍ତୁତ ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ ନରହିଲେ ପାଗ ଓ ସ୍ୱାଦ ବିଗିଡି ଯାଏ । ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା । ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ ,ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡେ । ଆଡେ ଯେଉଁମାନେ ଆଦୌ ରାଗ ଖାଆନ୍ତି ନାହିଁ,ସେମାନେ ଦ୍ୱିତୀୟ ଥର ସେଥିରେ ହାତ ମାରନ୍ତି ନାହିଁ । ତେବେ ଭୁଲରେ ତରକାରୀରେ ଅଧିକ ଲଙ୍କା ପଡିଗଲେ ବି ରାଗ କମାଇବାର ଉପାୟ ଅଛି । ଯଦି ଆପଣ ସେ ଉପାୟଗୁଡିକ ବିଷୟରେ ଅବଗତ ନାହାନ୍ତି,ତା’ହେଲେ ଆସନ୍ତୁ ଜାଣିବା ।

୧.ତରକାରୀରେ ରାଗ କମ୍ କରିବା ପାଇଁ ଆପଣ ସେଥିରେ ଟମୋଟୋପ୍ୟୁରି ପକାଇପାରିବେ । ପ୍ରଥମେ କଡେଇରେ ଟିକେ ତେଳ ଗରମ କରି ଏଥିରେ ଟମାଟୋପ୍ୟୁରି ପକାଇ ଫୁଟାଇ ଦିଅନ୍ତୁ । ତା’ପରେ ଏହାକୁ ତରକାରୀରେ ମିଶାଇ ଦିଅନ୍ତୁ । ଦେଖିବେ ତରକାରୀର ସ୍ୱାଦ କିଛି ମାତ୍ରାରେ ଠିକ ହୋଇଯିବ ଓ ବେଶୀ ରାଗ ଲାଗିବ ନାହିଁ ।

୨. ଯଦି ଆପଣ ତରକାରୀରେ ରାଗ କମ୍ ଟିକେ ରିଚ ଟେଷ୍ଟ ଆଣିବାକୁ ଚାହୁଁଛନ୍ତି,ତା’ହେଲେ ସେଥିରେ ଟିକେ ମଲାଇ ବା ସର ମିଶାଇ ଦିଅନ୍ତୁ । ଆପଣ ଫ୍ରେଶ କ୍ରିମ କିମ୍ବା ଦହି ମଧ୍ୟ ମିଶାଇ ପାରିବେ ।

୩. ଆପଣ ବେସନ ସାହାଯ୍ୟରେ ବି ଖାଦ୍ୟରେ ରାଗ କମାଇପାରିବେ । ହେଲେ ମନ ରଖନ୍ତୁ,କଞ୍ଚା ବେସନ ପକାଇବେ ନାହିଁ । ଖାଦ୍ୟରେ ପକାଇବା ପୂର୍ବରୁ ବେସନକୁ ଟିକେ ଭାଜି ଦିଅନ୍ତୁ ।

୪.ଆଳୁ ମଧ୍ୟ ଖାଦ୍ୟରେ ରାଗର ମାତ୍ରା କମ୍ କରିବାରେ ସାହାଯ୍ୟ କରେ । ଏଥିପାଇର୍ ଆଳୁକୁ ସିଜାଇ ଭଲଭାବେ ଚକଟି ଦିଅନ୍ତୁ । ବର୍ତ୍ତମାନ ଏହାକୁ ତରକାରୀରେ ଭଲ ଭାବେ ମିଶାଇ ଦିଅନ୍ତୁ । ଦେଖିବେ ରାଗର ମାତ୍ରା କମ୍ ହୋଇଯିବ ।