(ରିିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ ) : ଗତ କିଛି ଦିନ ହେବ ଭୁବନେଶ୍ୱର ଫ୍ଲାଇ ଓଭରରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତମାନ ସମୟରେ ଏହି ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି । ଫ୍ଲାଇଓଭର ଉପରେ କଟକଣା ଜରି କରାଯାଇଛି । ବିନା ହେଲମେଟରେ ଫ୍ଲାଇଓଭରରେ ଯାତ୍ରା କରିବାକୁ ଦିଆଯିବ ନାହିଁ ।
ଏନେଇ ଆଜି ଭୁବନେଶ୍ୱର ଆରଟିଓ ୱାନ ତରଫରୁ ବରମୁଣ୍ଡାରୁ ଜୟଦବ ବିହାର ସଂଯୋଗ କରୁଥିବା ଏନ୍ଏଚ୍ ଉପରେ କଡ଼ାକଡ଼ି ଭାବରେ ଯାଞ୍ଚ ପ୍ରକିୟା ଆରମ୍ଭ ହୋଇଛି । ଯେଉଁ ଚାଳକ ମାନେ ବିନା ହେଲମେଟରେ ଯାତ୍ରା କରୁଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଅନ୍ୟପଟେ ମଧ୍ୟ ଏହି କଟକଣା ସମ୍ପର୍କରେ ମଧ୍ୟ ସଚେତନାର ବାର୍ତ୍ତା ମଧ୍ୟ ଦିଆଯାଉଛି । ଆଗକୁ ମଧ୍ୟ ଭୁବନେଶ୍ୱର ସ୍ଥିତ ଅନ୍ୟ ଫ୍ଲାଇ ଓଭରରେ ଗୁଡ଼ିକରେ ଏହି ଯାଞ୍ଚ ପ୍ରକିୟା କରାଯିବ ବୋଲି ଆରଟିଓ ପକ୍ଷରୁ କୁହାଯାଇଛି ।