ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ବନ୍ୟାଜଳ । ବଢୁଛି ମହାନଦୀର ଜଳସ୍ତର । କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୧୨ଟି ଗେଟ ଖୋଲିବା ପରେ, ବର୍ତ୍ତମାନ ମହାନଦୀର ଜଳସ୍ତର ବଢୁଛି । ଫଳରେ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଆ ଭଟ୍ଟାରିକାଙ୍କ ସେବାୟତ ଓ ପ୍ରଶାସନ ସଜାଗ ରହିଛନ୍ତି।